Silverlight ସଂସ୍ଥାପନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ*
ଭାରତପରିବର୍ତ୍ତନ କରନ୍ତୁ|ସମସ୍ତ Microsoft ସାଇଟ୍‌ଗୁଡିକ
Microsoft
ଡାଉନ୍‌ଲୋଡ୍ କେନ୍ଦ୍ର 
ଖୋଜନ୍ତୁ
ବିକଶିତ ଖୋଜବିକଶିତ ଖୋଜ

Microsoft Visual Studio 2008 ପାଇଁ ଶିରୋନାମା ଭାଷା ଇଣ୍ଟରଫେସ ପ୍ୟାକ

ସଂକ୍ଷିପ୍ତ ବର୍ଣ୍ଣନା
Microsoft ଶିରୋନାମା ଭାଷା ଇଣ୍ଟରଫେସ ପ୍ୟାକ (CLIP) ଏକ ସରଳ ଭାଷା ଅନୁବାଦ ସମାଧାନ ଅଟେ ଯାହା ଇଂରାଜୀ ଉପଭୋକ୍ତା ଇଣ୍ଟରଫେସ ଶବ୍ଦଗୁଡିକ ପାଇଁ ଅନୁବାଦ ପ୍ରଦର୍ଶନ କରିବାକୁ ଉପକରଣ ଆଭାଷ ଶୀର୍ଷ ବ୍ୟବହାର କରେ ।

ଏହି ପୃଷ୍ଠାରେ

ଦ୍ରୁତ ସବିଶେଷ
ଫାଇଲ୍ ନାମ:clip_inor_orin.msi
ସଂସ୍କରଣ:1.0
ତାଇଖ ପ୍ରକାଶିତ:05-11-08
ଭାଷା:ଓଡିଆ
ଡାଉନ୍‌ଲୋଡ୍ ଆକାର:1.6 MB
ନିର୍ଦ୍ଧାରିତ ଡାଉନ୍‌ଲୋଡ୍ ସମୟ: 4 ମିନିଟ୍ 56K

ଭାଷା ପରିବର୍ତ୍ତନ କରନ୍ତୁ:
  

ସମୀକ୍ଷା

Microsoft ଶିରୋନାମା ଭାଷା ଇଣ୍ଟରଫେସ ପ୍ୟାକ (CLIP) ଏକ ସରଳ ଭାଷା ଅନୁବାଦ ସମାଧାନ ଅଟେ ଯାହା ଇଂରାଜୀ ଉପଭୋକ୍ତା ଇଣ୍ଟରଫେସ ଶବ୍ଦଗୁଡିକ ପାଇଁ ଅନୁବାଦ ପ୍ରଦର୍ଶନ କରିବାକୁ ଉପକରଣ ଆଭାଷ ଶୀର୍ଷ ବ୍ୟବହାର କରେ ।

CLIP ସେହି ଭିଜୁଆଲ ଷ୍ଟୁଡିଓ ଉପଭୋକ୍ତାଙ୍କ ପାଇଁ ନିର୍ମିତ ହୋଇଛି ଯେଉଁମାନେ ଇଂରାଜୀରେ ଅଧିକ ପାରଙ୍ଗମ ନୁହଁନ୍ତି । Visual Studio ଇଣ୍ଟିଗ୍ରେଟେଡ ବିକଶିତ ପରିବେଶ (IDE)ର ସର୍ବାଧିକ ସାଧାରଣ ଉପଭୋକ୍ତା ଇଣ୍ଟରଫେସ ଉପାଦାନ ପାଇଁ ଅନୁବାଦ ପ୍ରଦାନ କରି CLIP ସେହି ଉପଭୋକ୍ତାମାନଙ୍କୁ Visual Studio 2008 ଶିଖିବାରେ ତଥା ବ୍ୟବହାର କରିବାକୁ ସହାୟତା କରିପାରିବ । Microsoft ଏବଂ ସ୍ଥାନୀୟ ଏକାଡେମିକ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସହଯୋଗିତାର ଫଳାଫଳ ହେଉଛି CLIP ।

ବ୍ୟବହାର କରିବାକୁ କେବଳ ପରଦା ଚାରିପାଖରେ ଆପଣଙ୍କ ମାଉସ ଚଳାନ୍ତୁ ଏବଂ ଆପଣ ଅନୁବାଦ କରିବାକୁ ଚାହୁଁଥିବା ପାଠ ଉପରେ ସ୍ଵଳ୍ପ ସମୟ ପାଇଁ ରୁହନ୍ତୁ । ଉପଭୋକ୍ତାମାନେ ସେମାନଙ୍କ ନିଜସ୍ଵ ଅନୁବାଦ ଯୋଗ କରିପାରିବେ ତଥା ଯେକୌଣସି ଅନୁବାଦ ଫଳାଫଳ କପି ତଥା ଲେପନ କରିପାରିବେ ।

 ପୃଷ୍ଠାର ଶୀର୍ଷ

ସିଷ୍ଟମ୍ ଆବଶ୍ୟକତାଗୁଡିକ

  • ସମର୍ଥ କରୁଥିବା ଅପରେଟିଂ ସିଷ୍ଟମ୍ଗୁଡିକ: Windows Server 2008; Windows Vista Service Pack 1
ନିମ୍ନୋକ୍ତ ପାଇଁ ଏହି ଡାଉନଲୋଡ କଷ୍ଟମାଇଜ ହୋଇଛି:

  • Microsoft Visual Studio 2008 Professional Edition

  • Microsoft Visual Studio 2008 Standard Edition

  • Microsoft Visual Basic 2008 Express Edition

  • Microsoft Visual C# 2008 Express Edition

  • Microsoft Visual C++ 2008 Express Edition

  • Microsoft Visual Web Developer 2008 Express Edition



ଆବଶ୍ୟକ:

  • ଉପଭୋକ୍ତାଙ୍କ କମ୍ପ୍ୟୁଟରରେ .NET Framework 2.0 କିମ୍ବା ଉଚ୍ଚ ସଂସ୍କରଣ ସଂସ୍ଥାପିତ ହୋଇଥିବା Microsoft CLIP ଆବଶ୍ୟକ କରେ । .NET Framework, Visual Studioର ଏକ ଅଂଶ ରୂପେ ପୂର୍ବରୁ ସଂସ୍ଥାପିତ ହୋଇଛି ତେଣୁ ଆଉ କୌଣସି ପଦକ୍ଷେପର ଆବଶ୍ୟକତା ନାହିଁ । କିନ୍ତୁ, ଯଦି ଆପଣ କୌଣସି କାରଣ ବସତଃ ଆପଣଙ୍କ କମ୍ପ୍ୟୁଟରରୁ .NET Framework ବହିଷ୍କାର କରିଛନ୍ତି, ଦୟାକରି CLIP ସଂସ୍ଥାପନ କରିବା ପୂର୍ବରୁ ଏହାକୁ ପୁନଃ-ସଂସ୍ଥାପନ କରିବାକୁ ନିଶ୍ଚିତ କରନ୍ତୁ ।


 ପୃଷ୍ଠାର ଶୀର୍ଷ

ନିର୍ଦ୍ଦେଶାବଳୀ

ଏହି ଡାଉନଲୋଡ ସଂସ୍ଥାପନ କରିବାକୁ:

  • ଚାଲୁ ହୋଇଥିବା ପରଦା ସଂସ୍ଥାପନା ନିର୍ଦ୍ଦେଶନାମା ଅନୁସରଣ କରନ୍ତୁ ।

  • ସଂସ୍ଥାପନା ସମ୍ପୂର୍ଣ୍ଣ ହେବା ପରେ, CLIP ସ୍ଵତଃସ୍ପୃତଭାବରେ ଆରମ୍ଭ ହେବ ।


ବ୍ୟବହାର ପାଇଁ ନିର୍ଦ୍ଦେଶନାମାମାନ:


  • ଥରେ ସଂସ୍ଥାପିତ ହେଲେ, Microsoft ଶିରୋନାମା ଭାଷା ଇଣ୍ଟରଫେସ ପ୍ୟାକ (CLIP) ପୂର୍ବରୁ ସକ୍ଷମ ହୋଇଛି ଏବଂ ଅନୁବାଦଗୁଡିକ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଟେ । ଆପଣଙ୍କୁ କେବଳ ପରଦା ଚାରିପାଖରେ ଆପଣଙ୍କ କ୍ରସର ଚଳାଇବାକୁ ହେବ ତଥା ଆପଣ ଅନୁବାଦ କରିବାକୁ ଚାହୁଁଥିବା ପାଠ ଉପରେ ସ୍ଵଳ୍ପ ସମୟ ପାଇଁ ବିଳମ୍ବ କରିବାକୁ ହେବ ।

  • ଅନୁବାଦର ଫଳାଫଳ ଦେଖାଇବାକୁ ଦୁଇ ପ୍ରକାରର ଇଣ୍ଟରଫେସ ଉପଲବ୍ଧ ରହିଛି: ଉପକରଣ ଆଭାଷ ଶୀର୍ଷ କିମ୍ବା CLIP ୱିଣ୍ଡୋ । ଅନୁବାଦଗୁଡିକ କିପରି ଏବଂ କେତେବେଳେ ଦେଖାଯିବ ଚୟନ କରିବାକୁ, CLIP ୱିଣ୍ଡୋରେ ବିକଳ୍ପସମୂହ ବଟନ (ଦୁଇଟି ହାତୁଡି ଦ୍ଵାରା ଚିହ୍ନିତ), କିମ୍ବା ସିଷ୍ଟମ ଟ୍ରେ ମେନୁରେ ବିକଳ୍ପସମୂହ ବ୍ୟବହାର କରି ଆପଣଙ୍କ ଅଗ୍ରାଧିକାରଗୁଡିକ ସେଟ୍​କରନ୍ତୁ ।

  • ଏକ ଉପଭୋକ୍ତା ଅନୁବାଦ ଯୋଗ କରିବାକୁ, CLIP ୱିଣ୍ଡୋରେ ନୂତନ ଅନୁବାଦ ଯୋଗ କରନ୍ତୁ ବଟନ (ଏକ ଯୁକ୍ତ ଚିହ୍ନ ଦ୍ଵାରା ଚିହ୍ନିତ) ଉପରେ କ୍ଲିକ୍ କରନ୍ତୁ । ଟିପଣୀ, ଗୋଟିଏ ଥରରେ ଆପଣଙ୍କ ପାଖରେ କେବଳ 1 ଉପଭୋକ୍ତା ଅନୁବାଦ ରହିପାରିବ । ଏଥିସହ, ଯେପର୍ଯ୍ୟନ୍ତ ଆପଣ ଏକ ଉପଭୋକ୍ତା ଅନୁବାଦ ଯୋଗ କରିବା ସମାପ୍ତ ନକରିଛନ୍ତି CLIP ଅନ୍ୟ ଅନୁବାଦଗୁଡିକ ଦେଖାଇବ ନାହିଁ ।

  • ଏକ ଉପଭୋକ୍ତା ଅନୁବାଦ ସମ୍ପାଦନ କରିବାକୁ, CLIP ୱିଣ୍ଡୋରେ ଉପଭୋକ୍ତା ଅନୁବାଦ ଚୟନ କରନ୍ତୁ ଏବଂ ଅନୁବାଦ ପାଠ ବାକ୍ସରେ ତଳ ତୀରରେ କ୍ଲିକ୍ କରନ୍ତୁ । ନୋଟକରନ୍ତୁ ଯେ ଡିଫଲ୍ଟ ଅନୁବାଦଗୁଡିକ ସମ୍ପାଦନଯୋଗ୍ୟ ନୁହେଁ ।

  • ଆପଣଙ୍କ ମନୋନୀତ ଉତ୍ସ ପାଠ ପାଇଁ CLIP ୱିଣ୍ଡୋ ପ୍ରବେଶ କରିବାକୁ, CLIP ୱିଣ୍ଡୋ କୀ + ହଟ୍-କୀ ଦବାନ୍ତୁ । ମନୋନୟନ ମେନୁ ଆଣିବାକୁ ତା’ପରେ ଆପଣ କ୍ରସରଟିକୁ ଚାରି ପାଖରେ କିଛି ସମୟ ଚଳାଇବା ଆବଶ୍ୟକ କରିପାରନ୍ତି । ଉପଭୋକ୍ତାମାନେ କପି ମେନୁ ବ୍ୟବହାର କରି ଅନୁବାଦ କପି କରିପାରିବେ ଏବଂ ଅନ୍ୟ ଡକ୍ୟୁମେଣ୍ଟରେ ଲେପନ କରିପାରିବେ ।

  • CLIP ଅସ୍ଥାୟୀ ରୂପେ ସ୍ଥଗିତ କରିବାକୁ କିମ୍ବା ଆରମ୍ଭ କରିବାକୁ, ସିଷ୍ଟମର ଟ୍ରେ ଆଇକନ ଉପରେ ଦୁଇଥର-କ୍ଲିକ୍ କରନ୍ତୁ । CLIP ଯବନିକା କରିବାକୁ ପ୍ରସ୍ଥାନ ବ୍ୟବହାର କରନ୍ତୁ ।

  • ଏହି ସମୟରେ CLIP ଉପକରଣ ଆଭାଷ ଶିରୋନାମା Visual Studio ବଟନ ଉପକରଣ ଆଭାଷଗୁଡିକ ଅଧୀନରେ ପ୍ରଦର୍ଶିତ ହୋଇପାରେ । ତେଣୁ ଆପଣ Visual Studio ଉପକରଣ ଆଭାଷଗୁଡିକ ଅକ୍ଷମ କରିପାରିବେ; ଏହି ପରି କରିବାକୁ ଉପକରଣ ମେନୁକୁ ଯାଆନ୍ତୁ, କଷ୍ଟମାଇଜ ଚୟନ କରନ୍ତୁ ଏବଂ ଉପକରଣ ଦଣ୍ଡିକାରେ ସ୍କ୍ରିନ୍​ ସୂଚନା ଗୁଡ଼ିକୁ ଦର୍ଶାଅ ବିକଳ୍ପ ଅଣଚୟନ କରନ୍ତୁ ।

ଏହି ଡାଉନଲୋଡ ବହିଷ୍କାର କରିବାକୁ:

  • ପ୍ରାରମ୍ଭ ମେନୁରୁ ନିୟନ୍ତ୍ରଣ ପ୍ୟାନେଲ ଖୋଲନ୍ତୁ ।

  • ଯୋଗ କିମ୍ବା ପ୍ରୋଗ୍ରାମ ବହିଷ୍କାର ଚୟନ କରନ୍ତୁ ।

  • ସମ୍ପ୍ରତି ସଂସ୍ଥାପିତ ପ୍ରୋଗ୍ରାମଗୁଡିକର ତାଲିକାରେ Microsoft ଶିରୋନାମା ଭାଷା ଇଣ୍ଟରଫେସ ପ୍ୟାକ ଖୋଜନ୍ତୁ ଏବଂ ଆପଣ ବାଛିଥିବା ଭାଷା ଅପ୍ରତିଷ୍ଠା କରନ୍ତୁ ।

  • ବହିଷ୍କାର କିମ୍ବା ଯୋଗ/ବହିଷ୍କାର କ୍ଲିକ୍ କରନ୍ତୁ । ଯଦି ଏକ ସଂଳାପ ବାକ୍ସ ଦୃଶ୍ୟମାନ ହୁଏ, ପ୍ରୋଗ୍ରାମଟିକୁ ବହିଷ୍କାର କରିବାକୁ ନିର୍ଦ୍ଦେଶନାମା ଅନୁସରଣ କରନ୍ତୁ ।

  • ପ୍ରୋଗ୍ରାମଟିକୁ ଆପଣ ବହିଷ୍କାର କରିବାକୁ ଚାହୁଁଥିବା ନିଶ୍ଚିତ କରିବାକୁ ହଁ କିମ୍ବା ଠିକ କ୍ଲିକ୍ କରନ୍ତୁ ।

 ପୃଷ୍ଠାର ଶୀର୍ଷ

ଅତିରିକ୍ତ ସୂଚନା

ଯଦି ଆପଣ Windows Vistaର ଏକ ଇଂରାଜୀ ସଂସ୍କରଣ ବ୍ୟବହାର କରୁଛନ୍ତି, ଦୟାକରି ମନେ ରଖନ୍ତୁ ଯେ ସଂସ୍ଥାପନ କରିବାକୁ ଏକ ଓଡିଆ ଭାଷା ଇଣ୍ଟରଫେସ ପ୍ୟାକ (LIP) ଆପଣଙ୍କ ପାଇଁ ଉପଲବ୍ଧ ଅଟେ । Windows Server 2008 ଓଡିଆରେ ଭାଷାନ୍ତରିତ ହୋଇନାହିଁ ଏବଂ ଏହାର LIP ଉପଲବ୍ଧ ନାହିଁ କିନ୍ତୁ ଓଡିଆ ଭାଷାକୁ ଏହା ସମର୍ଥନ କରେ ।

 ପୃଷ୍ଠାର ଶୀର୍ଷ

 ପୃଷ୍ଠାର ଶୀର୍ଷ