Trace Id is missing
Konark Sun temple in Orissa

ସମସ୍ତଙ୍କ ପାଇଁ ଉତ୍ପାଦନଶୀଳତା, ସମସ୍ତ ଭାଷା ଓ ଆପ୍‌ରେ

ଦେଶ ପ୍ରକୃତରେ ଡିଜିଟାଲ ହେବା ପାଇଁ, ଟେକ୍ନୋଲୋଜି ସମସ୍ତଙ୍କ ପାଇଁ ସାନିଧ୍ୟଯୋଗ୍ୟ ଓ ଉତ୍ପାଦନକ୍ଷମ ହେବା ଉଚିତ, କଥିତ କିମ୍ବା ଲିଖିତ ଭାଷାକୁ ବିଚାରକୁ ନ ନେଇ । ଆମ ଦେଶରେ 22 ଟି ସରକାରୀ ଭାଷା ରହିଛି, ସେଥି ମଧ୍ୟରୁ 6 ଟି ଭାଷା ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ଶୀର୍ଷ 20 ଟି ଭାଷା ମଧ୍ୟରେ ସ୍ଥାନ ପାଇଛି, Microsoft ଆଞ୍ଚଳିକ ଭାରତୀୟ ଭାଷାରେ ଅଧିକ ସାନ୍ନିଧ୍ୟଯୋଗ୍ୟ ଉତ୍ପାଦ ଓ ଆପସ୍‌ ସୃଷ୍ଟି କରିବା ପାଇଁ ଅବିରତ ଭାବେ କାର୍ଯ୍ୟ କରୁଛି ।

Microsoft ବର୍ଷ 2000 ପର ଠାରୁ ଭାରତୀୟ ଭାଷାଗୁଡିକ ପାଇଁ ୟୁନିକୋଡ୍ ସହାୟତା ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି । ଭାଷା ପ୍ରତିବନ୍ଧକକୁ ହଟାଇବା ପାଇଁ, ଆମେ ଦୁଇ ଦଶନ୍ଧି ପୂର୍ବେ ଭାରତୀୟ ଭାଷାଗୁଡିକ ସହିତ କାର୍ଯ୍ୟ କରିବା ଆରମ୍ଭ କରିଥିଲୁ ଏବଂ ଭାରତୀୟ ଭାଷାଗୁଡିକରେ କମ୍ପ୍ୟୁଟିଂକୁ ତ୍ୱରାନ୍ୱିତ କରିବା ପାଇଁ ଆମେ 1998 ରେ ଭାଷାକୁ ସୁରକ୍ଷା କରିବା ଶୁଭାରମ୍ଭ କରିଥିଲୁ । ଆମେ ସେବେ ଠାରୁ ବହୁ ପଥ ଅତିକ୍ରମ କରିଛୁ – ସମସ୍ତ 22 ଟି ସାମ୍ବିଧାନିକ ଭାବେ ସ୍ୱୀକୃତିପ୍ରାପ୍ତ ଭାରତୀୟ ଭାଷାରେ ପାଠ୍ୟ ଇନପୁଟ୍‌କୁ ଆମର ସମସ୍ତ ଉତ୍ପାଦରେ ସମର୍ଥନ କରିବା, ଏବଂ 12 ଟି ଭାଷାରେ ୱିଣ୍ଡୋଜ୍‌ ଇଣ୍ଟରଫେସ୍‌ ସମର୍ଥନ । Bhashaindia.com, ଆମର ଭାଶା ସମ୍ପ୍ରଦାୟ ପୋର୍ଟାଲ ହେଉଛି ଇଣ୍ଡିକ୍‌ ବିଷୟବସ୍ତୁ ଏବଂ ଟୁଲ୍‌‌ଗୁଡିକ‌ର ଏକ ଗୁରୁତ୍ୱପୂର୍ଣ୍ଣ ଭଣ୍ଡାର ।

ଭାରତେ ସ୍ଥାନୀୟ ଭାଷା ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢୁଛି । ଏହା ଲୋକମାନଙ୍କୁ ସଶକ୍ତିକରଣ କରିବା ପାଇଁ ଡିଜିଟାଲ ଅନ୍ତର୍ଭୁକ୍ତିକୁ ଏକ ବିରାଟ ସୁଯୋଗ ଭାବେ ହାଇଲାଇଟ୍‌ କରିଥାଏ । ଆଞ୍ଚଳିକ ଭାରତୀୟ ଭାଷାଗୁଡିକରେ ଅଧିକ ଆପ୍ ବିକଶିତ ହେବା ସହିତ, ଶହ ଶହ ନିୟୁତ ବ୍ୟବହାରକାରୀ ସମସ୍ତ କ୍ଷେତ୍ରଗୁଡିକ ଯଥା ଅନ୍ୟଗୁଡିକ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଂ, ଯୋଗାଯୋଗ, ଇବାଣିଜ୍ୟ, ମନୋରଞ୍ଜନ, କୃଷି, ଇ-ପ୍ରଶାସନ ଏବଂ ଭ୍ରମଣରେ ସମ୍ବଳଗୁଡିକୁ ପ୍ରବେଶ ପ୍ରାପ୍ତ କରିଥାନ୍ତି । ଭାରତୀୟ ଭାଷାଗୁଡିକ ସହିତ Microsoft ଉତ୍ପାଦଗୁଡିକ କିପରି କାର୍ଯ୍ୟ କରିଥାଏ ତାହା ଏଠାରେ ରହିଛି:

ୱିଣ୍ଡୋଜ୍‌ 10

ବିଙ୍ଗ୍‌

ସବୁଠାରୁ ନୂଆ ୱିଣ୍ଡୋଜ୍‌ ହେଉଛି ମଧ୍ୟ ସବୁଠାରୁ ଶକ୍ତିଶାଳୀ ଏବଂ ବୈଶିଷ୍ଟ୍ୟରେ ଭରା OS ଯେତେବେଳେ ଏହା ଭାରତୀୟ ଭାଷାଗୁଡିକ ସହିତ କାର୍ଯ୍ୟ କରିବା ବିଷୟ ଆସିଥାଏ । ଆପଣ କେବଳ ସହଜରେ ପାଠ୍ୟକୁ ଇନପୁଟ୍‌ କରିପାରିବେ ନାହିଁ, ବରଂ ଆପଣ ୱିଣ୍ଡୋଜ୍‌ ବ୍ୟବହାରକାରୀ ଇଣ୍ଟରଫେସ୍‌କୁ ଆପଣଙ୍କର ଏକ ପସନ୍ଦର ଭାଷାକୁ ରୂପାନ୍ତରଣ କରିପାରିବେ । ଆପଣ ମଧ୍ୟ ୟୁନିକୋଡ୍‌ ମାନାଙ୍କକୁ ସମର୍ଥନ କରୁଥିବା ବିଭିନ୍ନ ପ୍ରକାରର ଫଣ୍ଟ ବ୍ୟବହାର କରିପାରିବେ ଏବଂ ୟୁନିକୋଡ୍‌କୁ ସମର୍ଥନ କରୁଥିବା ଯେକୌଣସି ଆପ୍ଲିକେସନରେ ଭର୍ଚୁଆଲି କାର୍ଯ୍ୟ କରିପାରିବେ । ଅନେକ ୱିଣ୍ଡୋଜ୍‌ ଆପ୍‌ ରହିଛି ଯାହା ଭାରତୀୟ ଭାଷାଗୁଡିକ ସହିତ କାର୍ଯ୍ୟ କରିଥାଏ, ଯେପରିକି Microsoft ଅନୁବାଦକ ଏବଂ ମ୍ୟାପ୍ସ । ସଂକ୍ଷପରେ, ୱିଣ୍ଡୋଜ୍‌ 10 ଜଣେ ଭାରତୀୟ ଭାଷା ବ୍ୟବହାରକାରୀଙ୍କୁ ସେ ପରିଚିତ ଥିବା ସମାନ ଧରଣ, ସୁବିଧାଜନକ ଅନୁଭୂତି ପ୍ରଦାନ କରିଥାଏ ।

ଅଫିସ୍‌ 365 

Office ସୁଇଟ୍‌ ସମଗ୍ର ଭୌଗଳିକ ସ୍ଥାନ ଏବଂ ବିଭିନ୍ନ ପ୍ଲାଟଫର୍ମରେ ସେମାନଙ୍କର ନିଜର ସ୍ଥାନୀୟ ଭାଷାରେ ବିଷୟବସ୍ତୁ ସହଜରେ ସୃଷ୍ଟି ଏବଂ ଉପଯୋଗ କରିବାକୁ ଅନୁମତି ଦେଇଥାଏ । ଅଫିସ୍‌ ଆପ୍‌ଗୁଡିକ ସମସ୍ତ ଭାରତୀୟ ଭାଷାଗୁଡିକ ସହ କାର୍ଯ୍ୟ କରିଥାନ୍ତି ଏବଂ ୱିଣ୍ଡୋଜ୍‌ 7 କିମ୍ବା ପରବର୍ତ୍ତୀରେ ଚାଲିପାରେ । ବିନା ପ୍ରତିବନ୍ଧକରେ ପାରସ୍ପରିକ କ୍ରିୟାରେ ସହାୟତା କରିବାକୁ ଉପଭୋକ୍ତା ଏବଂ ବ୍ୟବସାୟିକ ଦର୍ଶକମାନଙ୍କ ପାଇଁ, Office ଆପ୍‌ଗୁଡିକ ସମଗ୍ର ୱିଣ୍ଡୋଜ୍‌, ଆଣ୍ଡ୍ରୋଏଡ୍‌ ଏବଂ ଆଇଓଏସ୍‌‌ରେ ଉପଲବ୍ଧ ଅଛି

Microsoft ଲାଙ୍ଗୁଏଜ୍‌ ଆସେସୋରୀ ପ୍ୟାକ୍ସ

Microsoft ଲାଙ୍ଗୁଏଜ ଆସେସୋରୀ ପ୍ୟାକ୍ସ ବ୍ୟବହାର କରି Microsoft ୱିଣ୍ଡୋଜ୍‌ ଏବଂ ଅଫିସ୍‌ରେ ଭାରତୀୟ ଭାଷାକୁ ସମର୍ଥନ ପ୍ରଦାନ କରିଥାଏ । ଏକ ଲାଙ୍ଗୁଏଜ ଆସେସୋରୀ ପ୍ୟାକ୍‌ରେ ୱିଣ୍ଡୋଜ୍‌‌ରେ 300,000 ଶବ୍ଦ ଏବଂ ଅଫିସ୍‌ରେ 600,000 ଶବ୍ଦ ପର୍ଯ୍ୟନ୍ତ ଅନୁବାଦ ରହିଥାଏ । ଲାଙ୍ଗୁଏଜ୍‌ ଆସେସୋରୀ ପ୍ୟାକ୍ସ ବ୍ୟବହାରକାରୀ ଇଣ୍ଟରଫେସ୍‌କୁ ବାଞ୍ଚିତ ଭାଷାକୁ ରୂପାନ୍ତରିତ କରିଥାଏ ଏବଂ ସ୍ଥାନୀୟ ଭାଷାରେ ନିର୍ଦ୍ଦେଶାବଳୀ ଏବଂ ସଂଳାପ ବାକ୍ସ ପ୍ରଦାନ କରିଥାଏ ।

ଇନପୁଟ୍‌ ମେଥଡ ଏଡିଟର୍ସ

ୱିଣ୍ଡୋଜ୍‌ ମାନାଙ୍କ ଇଣ୍ଡିକ୍‌ କୀବୋର୍ଡଗୁଡିକ ପାଇଁ ବିଲ୍ଟ-ଇନ୍‌ ସହାୟତା ସହିତ ଆସୁଥିବା ବେଳେ, କିଛି ବ୍ୟବହାରକାରୀ ଟ୍ରାନ୍ସଲିଟରେସନ ପରି ବିକଳ୍ପ ପଦ୍ଧତି ବ୍ୟବହାର କରି ପାଠ୍ୟ ଇନପୁଟ୍‌ କରିବା ପାଇଁ ପସନ୍ଦ କରିଥାନ୍ତି । Microsoft ଏହିଭଳି ବ୍ୟବହାରକାରୀଙ୍କ ପାଇଁ Bhashaindia.com ରେ ବିଭିନ୍ନ ଇନପୁଟ୍‌ ମେଥଡ ଏଡିଟର୍ସ (ଆଇଏମ୍‌ଇ) ଉପଲବ୍ଧ କରାଇଥାଏ ।

ବିଙ୍ଗ୍‌

ଏହି ସନ୍ଧାନ ଉପକରଣ ବା ସର୍ଚ୍ଚ ଟୁଲ୍‌ ନଅଟି ଭାରତୀୟ ଭାଷାକୁ ସମର୍ଥନ କରିଥାଏ । ଭାରତୀୟ ଭାଷା ଅନୁଭୂତି ଡେସ୍କଟପ୍‌ ତଥା ମୋବାଇଲ୍‌ ଡିଭାଇସ୍‌ଗୁଡିକରେ ଉପଲବ୍ଧ ଅଛି । ବିଙ୍ଗ୍‌ ଅନୁବାଦକ ମଧ୍ୟ ଅନେକ ଭାରତୀୟ ଭାଷା ସହିତ କାମ କରିଥାଏ ।

ସ୍କାଇପ୍‌ ଲାଇଟ୍‌

ଆଣ୍ଡ୍ରୋଏଡ୍‌ ପାଇଁ ଆମର ସ୍କାଇପ୍‌ ଆପ୍ ‌ପାଇଁ ଏକ ଦ୍ରୁତ ଓ ହାଲୁକା ସଂସ୍କରଣ ଭାବେ ସୃଷ୍ଟି କରାଯାଇଥିବା ସ୍କାଇପ୍‌ ଲାଇଟ୍‌କୁ ଭାରତରେ ବାସ କରୁଥିବା ଲୋକମାନଙ୍କୁ ସଂଯୋଜିତ ରହିବାରେ ସହାୟତା କରିବାକୁ ବିକଶିତ କରାଯାଇଛି, ଅପରପକ୍ଷରେ ଏହା ଅହ୍ୱାନମୂଳକ ନେଟୱାର୍କ ଅବସ୍ଥାରେ ଅତି ଉତ୍ତମ ପ୍ରଦର୍ଶନ ପ୍ରଦାନ କରିଥାଏ । ଆପ୍‌ଟି 11 ଟି ଭାରତୀୟ ସ୍ଥାନୀୟ ଭାଷାରେ ଉପଲବ୍ଧ ଅଛି: ଇଂରାଜୀ ବ୍ୟତୀତ ବଙ୍ଗାଳୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଏବଂ ଉର୍ଦ୍ଦୁ ।

କାଇଜାଲା ଆପ୍‌

କାଇଜାଲା ହେଉଛି ଏକ ମୋବାଇଲ୍‌ ଆପ୍‌ ଯାହାକି ବଡ ଗୋଷ୍ଠୀ ଯୋଗାଯୋଗ ଏବଂ କାର୍ଯ୍ୟ ପରିଚାଳନା ପାଇଁ ଡିଜାଇନ୍‌ କରାଯାଇଛି, 2ଜି ନେଟୱାର୍କ ମାଧ୍ୟମରେ ଦୂରବର୍ତ୍ତୀ ସ୍ଥାନରେ ଆକସେସ୍‌ କରିବା ପାଇଁ ଅପ୍ଟିମାଇଜ୍‌ କରାଯାଇଛି । ଆପ୍‌କୁ ହିନ୍ଦୀ, ବଙ୍ଗାଳୀ ଓ ତେଲୁଗୁ ଭାଷାରେ ଆଣ୍ଡ୍ରୋଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀମାନଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ସ୍ଥାନୀୟକରଣ ବା ଲୋକାଲାଇଜ୍‌ କରାଯାଇଛି ।

ସ୍ୱିଫ୍ଟକୀ

ଆଣ୍ଡ୍ରୋଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀମାନଙ୍କ ପାଇଁ ଏକ କୀବୋର୍ଡ୍‌ ଯାହାକି ଏଆଇର କ୍ଷମତା ଧାରଣ କରିଥାଏ । ଏହା ସର୍ବାଧିକ 24 ଟି ଭାଷା ଓ ଉପଭାଷା ଯଥା ମାରୱାଡି, ବୋଡୋ, ସାନ୍ତାଳି ଓ ଖାସିରେ ପାଠ୍ୟ ଇନପୁଟ୍‌କୁ ଅନୁମତି ଦେଇଥାଏ । କୀପ୍ୟାଡରେ ଏଆଇକୁ ଆଣି ଅଧିକ ଦ୍ରୁତ, ପୂର୍ବାନୁମାନ ଲିଖନକୁ ସକ୍ଷମ କରିଥାଏ । ଏହା ମଧ୍ୟ ବ୍ୟବହାରକାରୀମାନଙ୍କୁ ମିଶ୍ରିତ ଭାଷାରେ ଟାଇପ୍‌ କରିବାକୁ ଅନୁମତି ଦେଇଥାଏ ।

ଭାଷା ଅନୁବାଦ

ଭାରତୀୟ ଭାଷାଗୁଡିକ ପାଇଁ ତୁରନ୍ତ ଭାଷା ଅନୁବାଦକୁ ଉନ୍ନତ କରିବାକୁ କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଡୀପ୍ ନ୍ୟୁରାଲ ନେଟୱାର୍କ (ଡିଏନଏନ୍‌) ବହନ କରିଥାଏ । Microsoft ବ୍ରାଉଜର୍‌, ବିଙ୍ଗ୍‌ ସନ୍ଧାନ, ତଥା Microsoft ଅଫିସ୍‌ 365 ଉତ୍ପାଦଗୁଡିକରେ ଥିବା ଯେକୌଣସି ୱେବସାଇଟରେ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ଏହା ବ୍ୟବହାରକାରୀମାନଙ୍କୁ ଭାରତୀୟ ଭାଷା ଅନୁବାଦ ପ୍ରାପ୍ତ କରିବାରେ ସହାୟତା କରିଥାଏ । ଏଆଇ ଏବଂ ଡିଏନଏନ୍‌ ୱିଣ୍ଡୋଜ୍‌ ଏବଂ ଆଣ୍ଡ୍ରୋଏଡ୍‌‌ରେ Microsoft ଅନୁବାଦକ ଆପ୍‌ରେ ଭାରତୀୟ ଭାଷା ଅନୁବାଦଗୁଡିକ ପାଇଁ ବ୍ୟବହୃତ ହୋଇଥାଏ ।

ସ୍ୱେ

ମଲ୍ଟିମିଡିଆ ବିଷୟବସ୍ତୁ ସହାୟତାରେ ସ୍ଥାନୀୟ ଭାଷାରେ ନୂତନ ଧାରଣା, ଷ୍ଟୋରୀ, ରିପୋର୍ଟ୍‌ ଏବଂ ଉପସ୍ଥାପନା ପ୍ରକାଶ କରିବା ପାଇଁ ସ୍ୱେ ହେଉଛି ଏକ ଆପ୍ଲିକେସନ୍‌ । ଡିଜାଇନ୍‌ ଓ ଲେଆଉଟ୍‌ ବିଷୟରେ ଚିନ୍ତା ନ କରି କୃତିରେ ବ୍ୟବହାର କରାଯାଇପାରୁଥିବା ପ୍ରାସଙ୍ଗିକ ଛବି, ଭିଡିଓ, ଟୁଇଟ୍‌ ଏବଂ ଅନ୍ୟ ବିଷୟବସ୍ତୁକୁ ବ୍ୟବହାରକାରୀମାନଙ୍କୁ ଖୋଜି ପାଇବାରେ ସହାୟତା କରିବାକୁ ଏହି ଆପ୍‌ ସ୍ଥାନୀୟ ଭାଷାରେ ସନ୍ଧାନ ପ୍ରସ୍ତାବ ଦେଇଥାଏ ।

ୱାନନୋଟ୍‌

ତାଲିକା, ବକ୍ତୃତା ଓ ମିଟିଂ ନୋଟ୍‌, ଅବକାଶ ଯୋଜନା, କିମ୍ବା ଜଣେ ବ୍ୟକ୍ତି ଆୟୋଜନ କିମ୍ବା ମନେ ରଖିବାକୁ ଚାହୁଁଥିବା ଯେକୌଣସି ବିଷୟ ପରିଚାଳନା କରିବା ପାଇଁ ୱାନନୋଟ୍‌ ହେଉଛି ଏକ ଡିଜିଟାଲ ନୋଟବୁକ୍‌ । ବ୍ୟବହାରକାରୀମାନେ ଏକ ସ୍ଥାନୀୟ ଭାଷାରେ ଟାଇପ୍‌ ଓ ଗାରେଇବା, ରେକର୍ଡ ଓ ସେୟାର୍‌ କରିପାରିବେ । ୱାନନୋଟ୍‌ ପିସି, ମ୍ୟାକ୍‌, ୱିଣ୍ଡୋଜ୍‌ ଫୋନ୍‌, ଆଇଫୋନ୍‌, ଆଇପ୍ୟାଡ୍‌, ଆପଲ୍‌ ୱାଚ୍‌, ଆଣ୍ଡ୍ରୋଏଡ୍‌, ଏବଂ ଆଣ୍ଡ୍ରୋଏଡ୍‌ ୱେୟାର ଡିଭାଇସ୍‌ଗୁଡିକରେ ମାଗଣାରେ ଉପଲବ୍ଧ ଅଛି ।

ଇଣ୍ଡିକ୍‌ ଇମେଲ୍‌ ଠିକଣାଗୁଡିକ

Microsoft 15 ଟି ଭାରତୀୟ ଭାଷାରେ ଏହାର ଇମେଲ୍‌ ଆପ୍ ଓ ସେବାଗୁଡିକ, ଯଥା ଆଣ୍ଡ୍ରୋଏଡ୍‌ ଓ ଆଇଓଏସ୍‌ରେ ଆଉଟଲୁପ୍‌ ଆପ୍‌ଗୁଡିକରେ 15 ଟି ଭାରତୀୟ ଭାଷାରେ ଇମେଲ୍‌ ଠିକଣାଗୁଡିକୁ ସମର୍ଥନ କରିଥାଏ । ସମର୍ଥନଟି ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଛି । ଯେତେବେଳେ ଅତିରିକ୍ତ ଭାରୀତୀୟ ଭାଷାଗୁଡିକରେ ଡୋମେନ୍‌ ନାମଗୁଡିକ ଉପଲବ୍ଧ ହୋଇଥାଏ, ଆମେ ଆପେଆପେ ସେହି ଭାଷାଗୁଡିକରେ ଇମେଲ୍‌ ଠିକଣାକୁ ସମର୍ଥନ କରିବୁ ।

ଏହା ନିଃସନ୍ଦେହ ଯେ ଭାରତ ଭଳି ଏକ ଦେଶରେ ସ୍ଥାନୀୟକରଣ ବା ଲୋକାଲାଇଜେସନ ସମାଜର ଅଧିକ ବିସ୍ତୃତ କ୍ଷେତ୍ରକୁ ଟେକ୍ନୋଲୋଜିକୁ ଆକସେସ୍‌ ସକ୍ଷମ କରି କମ୍ପ୍ୟୁଟିଂ କ୍ଷେତ୍ରରେ ନୂତନ ଦିଗନ୍ତ ଆଣିବ, ଫଳରେ ସାମ୍ପ୍ରତିକ ଭାଷା ବିଭାଜନକୁ ଦୂର କରିବାରେ ସହାୟତା କରିବ ।